ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବିଜେପି ନିର୍ବାଚନ ଅଭିଯାନର ବିଗୁଲ ବଜାଇ ଦେଇଛି। ଆଜି ଉତ୍ତରାଖଣ୍ଡ ଗସ୍ତରେ ଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଡେରାଡୁନରେ ରାଲି କରି ନିର୍ବାଚନ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶାହ କହିଛନ୍ତି ଯେ, ରାଜ୍ୟରେ ବିଜେପି ପୁନର୍ବାର ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଭାବେ ଉତ୍ତରାଖଣ୍ଡକୁ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି। ଶ୍ରଧେୟ ଅଟଳ ବିହାରୀ ବାଜପେୟୀ ଦେବଭୂମି ଉତ୍ତରାଖଣ୍ଡର ରଚନା କରିଥିଲେ।
ଗୃହମନ୍ତ୍ରୀ ଅମିତ ଶାହ ଡେରାଡୁନରେ ‘ଘସୟାରୀ କଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ୧ ହଜାର ଏକର କ୍ଷେତରେ ୨ହଜାର କୃଷକ ମକା ଚାଷ କରିବେ। ଏହି ଯୋଜନା ଅନ୍ତର୍ଗତ ୩୦ ପ୍ରତିଶତ ସବସିଡିରେ କିଲୋପ୍ରତି ୨ଟଙ୍କା ମୂଲ୍ୟରେ ପଶୁ ଆହାର ମିଳିବ। ଏପରି ବୈଜ୍ଞାନିକ ଚାରା ଦ୍ୱାରା ପଶୁଙ୍କ ସ୍ୱାସ୍ଥ୍ୟ ଭଲ ରହିବ।