ଗୃହ ସଚିବଙ୍କୁ ଭେଟି ସ୍ମିତାରାଣୀଙ୍କ ପାଇଁ ନ୍ୟାୟ ମାଗିଲା ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ମିତାରାଣୀ ବିଶ୍ୱାଳଙ୍କୁ ହତ୍ୟାକୁ ଆଜିକୁ ୭ ଦିନ ପୁରିଲାଣି। ହେଲେ ପୋଲିସ ଯାହା ତଦନ୍ତ କରୁଛି କେବଳ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କରିଛି। ତୃଣମୂଳସ୍ତରରେ କାମ କରୁଥିବା ସରକାରୀ କର୍ମଚାରୀମାନଙ୍କ ପ୍ରତି ଏପରି ଅତ୍ୟାଚାର ଘଟଣାରେ ମୁଖ୍ୟ ଶାସନ ସଚିବଙ୍କର ହସ୍ତକ୍ଷେପ ଦାବି କରି ମୃତ ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଗୃହ ସଚିବଙ୍କୁ ଭେଟିଛନ୍ତି।

ବ୍ଲକ ଓ ପଂଚାୟତ ସ୍ତରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ସରକାରୀ ଯୋଜନାକୁ ସାଧାରଣ ଗରୀବ ଲୋକଙ୍କ ପାଖରେ ପହଂଚାନ୍ତି। ଦେଶର ବିକାଶରେ ଏମାନଙ୍କର ବହୁତ ବଡ ଭାଗିଦାରି ରହିଛି। ଯଦି ଶାସକ ଦଳର ଗୁଣ୍ଡାମାନେ ସେମାନଙ୍କୁ ଗଣଦୁର୍ଷ୍କମ ସହ ହତ୍ୟା କରିବେ ଓ ସରକାର ତାଙ୍କୁ ନ୍ୟାୟ ଦେଇ ପାରିବ ନାହିଁ ଏହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟଣା ହେବ। ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ହିସାବରେ ମୁଖ୍ୟ ଶାନ ସଚିବଙ୍କର ଗୁରୁ ଦାୟିତ୍ୱ ଅଛି।

ତୃଣମୂଳସ୍ତରେ କାର୍ଯ୍ୟ କରୁଥିବାସରକାରୀ କର୍ମଚାରୀ ମାନଙ୍କର ସୁରକ୍ଷା ଯୋଗାଇଦେବା। ତୁରନ୍ତ ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ହସ୍ତକ୍ଷେପ କରି ମୃତକ ସ୍ମିତାରାଣୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ପ୍ରତିନିଧୀ ଦଳ ଦାବି କରିଛି। ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂହ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ ଜିଲ୍ଲା ସଭାପତି ଗୌତମ ରାୟ, ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।