ଆଜି ଚାଷୀଙ୍କ ସମସ୍ୟାକୁ ନେଇ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବିଜେପି

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ଆଜି ଏକ ଆନ୍ଦୋଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ଚାଷୀ ମାରଣା ନୀତିକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଚାଷୀ ମାରଣା ନୀତି ବନ୍ଦ କରିବା, ଟୋକନ୍ ବ୍ୟବସ୍ଥାରେ ସୁଦ୍ଧାର ଆଣିବା, ମଣ୍ଡିରେ ପଡିଥିବା ଧାନ ଉଠାଇବା, କଟନି ଛଟନି ବନ୍ଦ କରିବା, ଅଣ ଜଳ ସେଚିତ ଜମିକୁ ୧୩ କ୍ୱିଣ୍ଟାଲ ଓ ଜଳସେଚିତ ଜମିକୁ ୧୯ କ୍ୱିଣ୍ଟାଲ ଧାର୍ଯ୍ୟ ସୀମାକୁ ବନ୍ଦ କରି ସମସ୍ତ ଉତ୍ପାଦିତ ଧାନକୁ ସରକାର କିଣିବା, କେଉଁ ଜିଲ୍ଲାରୁ କେତେ ଧାନ କିଣାଯାଉଛି ତାହା ଜିଲ୍ଲା ଊଖଚଉ ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ କୃଷକ ସମ୍ମାନ ନିଧି ପାଇବା ପାଇଁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ପଠାଇବା ଦାବିରେ ବିଜେପି କାର୍ଯ୍ୟାଳୟ ଘେରାଉ କରିବ।