ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ଡାକରାକୁ ବିଜେପିର ସମର୍ଥନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ସମ୍ବଲପୁର ହିଂସାକାଣ୍ଡକୁ ନେଇ ରାଜନୀତି ଜୋର୍ ଧରିଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦେଇଥିବା ବନ୍ଦ ଡାକରାକୁ ବିଜେପି ସମର୍ଥନ କରିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା । ନବରଙ୍ଗପୁର ସହରର ପ୍ରବେଶ ପଥ ଚାମୁରିଆଗୁଡ଼ାରେ ଜାତୀୟ ରାଜପଥ ୨୬କୁ ଆନ୍ଦୋଳନକାରୀମାନେ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି । କେବଳ ଜରୁରୀକାଳୀନ ସେବା ଗୁଡ଼ିକୁ ବାଦ ଦେଲେ ବାକି ସବୁ ସେବା ବନ୍ଦ୍ ରହିଥିବା ଦେଖିବାକୁ ମିଳିଛି । କିନ୍ତୁ କୌଣସି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନାହିଁ । ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୃପାରମ ସାହୁ, କିଶୋର କୁମାର ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ଦେବଦାସ ମହାଙ୍କୁଡ଼, ଶ୍ରୀଧର ପାତ୍ରଙ୍କ ସମେତ ବହୁ ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ ।