ରାୟଗଡ଼ା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ସେବାସପ୍ତାହ ପାଳିତ ହୋଇଯାଇଛି। ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏହିସେବା ସପ୍ତାହ ଦିବସ ପାଳିତ ହୋଇଥିଲା। ସେବା ସପ୍ତାହ ଉପଲକ୍ଷେ ମହିଳା ମୋର୍ଚ୍ଚା କର୍ମୀମାନେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ଫଳ ବଣ୍ଟନ କରିବା ସହ ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। କୋଭିଡ ୧୯ ଗାଇଡଲାଇନକୁ ମାନି ଅଳ୍ପ ସଂଖ୍ୟକ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥିରେ ଯୁବ ଆଦିବାସୀ ନେତା ବସନ୍ତ ଉଲ୍ଲାକା, ମହିଳା ନେତ୍ରୀ ଅର୍ଚ୍ଚନା ବର୍ମା, ମୋଇନା ଆଚାର୍ଯ୍ୟ, ମଞ୍ଜୁଳା, ଲକ୍ଷ୍ଣୀ, ଲୀନା ସେନାପତି, ଶ୍ୟାମ ଦାଶ, ନାଳାଦ୍ରି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।