ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟି ଘୋଷଣା, ୩ ଓଡ଼ିଆ ସାମିଲ

ନୂଆଦିଲ୍ଲୀ: ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟିକୁ ନେଇ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି। ଏଥିରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ସମେତ ୮୦ଜଣ ନେତାଙ୍କୁ ମନୋନୀତ କରାଯାଇଛି। ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କାରୀ ଓ ପୀୟୂଷ ଗୋୟେଲ ମଧ୍ୟ ସାମିଲ ଅଛନ୍ତି। ସେହିପରି ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ସ୍ଥାନ ପାଇଛନ୍ତି।

ସୂଚନାଯୋଗ୍ୟ, ବରିଷ୍ଠ ବିଜେପି ନେତା ମେନକା ଗାନ୍ଧୀ ଓ ପୀଲୀଭୀତ ସାଂସଦ ବରୁଣ ଗାନ୍ଧୀଙ୍କୁ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସମିତିରୁ ବାଦ ଦିଆଯାଇଛି। ବରୁଣ ସର୍ବଦା ସରକାରଙ୍କ ନୀତି ବିରୋଧରେ କହିଥାନ୍ତି। ଏଥିସହିତ ନିକଟରେ ଲଖିମପୁର ଖୀରୀ ହିଂସା ମାମଲାରେ ବି ସରକାରଙ୍କ ବିରୋଧରେ ବୟାନ ଦେଇଥିଲେ।