ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା !

ଭୁବନେଶ୍ୱର, ଏନ୍ଏନ୍ଏସ୍: ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହାସହ କୁଳମଣିଙ୍କ ସହଯୋଗୀ ପଚା ବରାଳଙ୍କୁ ମଧ୍ୟ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ଆଜି ରାତିରେ କୁଳମଣି ଓ ତାଙ୍କ ସହଯୋଗୀ ପଚା ବୁଲେଟରେ ଘରକୁ ଫେରୁଥିବାବେଳେ ୫/୬ ଦୁର୍ବୃତ ନୃତାଙ୍ଗ କେନାଲ ବନ୍ଧରେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ କୁଳମଣି ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।