ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ମନାକଲା ବିଜେପି

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ନେତୃତ୍ୱରେ ରବିବାର ମହାରାଷ୍ଟ୍ରରେ ବିଜେପିକୁ ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ ଦିଆଯାଇଥିବାବେଳେ ବିଜେପି ଏହାକୁ ଅସ୍ୱୀକାର କରିଛି। ତେବେ ବିଜେପି ଏକ ସଂଖ୍ୟା ଗରିଷ୍ଠ ପାର୍ଟି ହୋଇଥିବାରୁ ସେଠାରେ ତାଙ୍କୁ ସରକାର କରିବା ପାଇଁ କୁହାଯାଇଥିଲା।

ବିଜେପି କହିବା ଅନୁସାରେ ବିଜେପି ଶିବସେନା ସହ ମିଳି ନିର୍ବାଚନ ଲଢ଼ି ଥିଲେ, କିନ୍ତୁ ସରକାର ଗଢ଼ିବା ସମୟରେ କୌଣସି କାରଣରୁ ସେମାନେ ସମର୍ଥନ କରୁନାହାନ୍ତି। ଯାହା ଫଳରେ ସେମାନଙ୍କ ନିକଟରେ ସରକାର ଗଠନ କରିବା ପାଇଁ ସମର୍ଥନ ମିଳୁନାହିଁ। ଫଳରେ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବାରେ ଅସମର୍ଥ ବୋଲି  ଆୟୋଜିତ କୋର କମିଟି ବୈଠକରେ କୁହାଯାଇଛି।

ଆଜିର ଏହି ବୈଠକରେ ଦେବେନ୍ଦ୍ର ଫଡନାଭିସ ବ୍ୟତୀତ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ, ବରିଷ୍ଠ ନେତା ଗିରୀଶ ମହାଜନ, ବିନୋଦ ତାଉଡେ, ଆଶିଷ ସେଲାର ଏବଂ ପଙ୍କଜ ମୁଣ୍ଡେପ୍ରମୁଖ ଉପସ୍ଥିତ ଥିଲେ।