ପାଟଣାଗଡ଼,ଏନ୍ଏନ୍ଏସ୍: ବିଜେପି ତରଫରୁ ସ୍ଥାନୀୟ ମାରୱାଡ଼ି ପଞ୍ଚାୟତ ଧର୍ମଶାଳାରେ ଏକ ବ୍ୟବସାୟୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ସହ ପାଟଣାଗଡ଼ର ବିଶିଷ୍ଟ ବ୍ୟବସାୟୀ ମାଣିକ ଲାଲ ଜୈନ ଓ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା ମଞ୍ଚାସିନ ଥିଲେ । ପ୍ରଥମେ ସାଧାରଣ ସମ୍ପାଦକ ଶ୍ରୀ ବେହେରା ଆଜିର ସମ୍ମିଳନୀ ବିଷୟରେ ସୂଚାନା ଦେଇଥିଲେ । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷ ଶାସନରେ କାର୍ଯ୍ୟକାରୀ ଉନ୍ନୟନମୂଳକ ଯୋଜନା ବିଷୟରେ ଉପସ୍ଥିତ ବ୍ୟବସାୟୀଙ୍କୁ ବୁଝାଇଥିଲେ । ଖାସ୍ କରି ପ୍ରଧାନମନ୍ତ୍ରୀ ‘ମନ କି ବାତ’ କାର୍ଯ୍ୟକ୍ରମରେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରୁଥିବାବେଳେ ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ଅସୁବିଧା ସମ୍ପର୍କରେ କଥା ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମାବେଶରେ ପାଟଣାଗଡ଼ର ବ୍ୟବସାୟୀ ରମେଶ ଜୈନ ଓ ଦିନୁ ଛାପାଡ଼ିଆ ଅଂଶଗ୍ରହଣ କରି ମତ ଦେଇଥିଲେ ।