ବଙ୍ଗଳାରେ ପୋଷ୍ଟର ଲଢ଼େଇ: ବିଜେପି କହିଲା ‘ପିଉସି ନୁହେଁ ଝିଅ ଦରକାର’

କୋଲକାତା: ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗ ଲଢ଼େଇ ଏବେ ପିଉସି ଓ ଝିଅ ଉପରେ ଆସିଯାଇଛି। ବଙ୍ଗଳା ବିଜେପି ମହିଳା ନେତାଙ୍କ ପୋଷ୍ଟର ଜାରି କରି କହିଛି ଯେ, ‘ବଙ୍ଗଳାକୁ ପିଉସି ନୁହେଁ ଝିଅ ଦରକାର।’ ଅନ୍ୟପଟେ ତୃଣମୂଳ କଂଗ୍ରେସ ଜବାବ ଦେବାକୁ ଯାଇ କହିଛି ଯେ, ‘ବଙ୍ଗଳା ତା’ ଝିଅକୁ ପସନ୍ଦ କରେ।’

ବିଜେପି ପୋଷ୍ଟରରେ ବଙ୍ଗଳାର ୯ଜଣ ମହିଳା ନେତାଙ୍କ ଫଟୋକୁ ସାମିଲ କରିଛି। ଏଥିରେ ରୁପା ଗାଙ୍ଗୁଲୀ, ଦେବଶ୍ରୀ ଚୌଧୁରୀ, ଲୋକେଟ ଚାଟାର୍ଜୀ, ଭାରତୀ ଘୋଷ ଓ ଅଗ୍ନିମିତ୍ର ପାଲ ପ୍ରମୁଖ ସାମିଲ ଅଛନ୍ତି।

ସେହିପରି ଟିଏମସି ମମତା ବାନାର୍ଜୀଙ୍କୁ ‘ବଙ୍ଗଳାର ଝିଅ’ ରୂପେ ଦର୍ଶାଇଛି। ନିକଟରେ ଟିଏମସି ‘ବଙ୍ଗଲା ନିଜେର ମେୟେକେ ଚେୟେ’ ଅଭିଯାନର ଶୁଭାରମ୍ଭ କରିଥିଲା।