ରାଜଧାନୀର ଐତିହ୍ୟ ଘୋଡା ଓ ଯୋଦ୍ଧାଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରକ୍ରିୟାକୁ ବିଜେପି ଓ କଂଗ୍ରେସର ବିରୋଧ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର ମାଷ୍ଟର କ୍ୟାଣ୍ଟିନରେ ଥିବା ଐତିହ୍ୟ ଘୋଡା ଓ ଯୋଦ୍ଧାମାନଙ୍କର ପ୍ରତିମୂର୍ତ୍ତି ସ୍ଥାନାନ୍ତର ନିଷ୍ପତ୍ତି ହେବା ପରେ ରାଜନୀତି ଆରମ୍ଭ ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ପ୍ରତିବାଦ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ମୂର୍ତ୍ତି ସ୍ଥାନାନ୍ତର ପ୍ରକ୍ରିୟା ବନ୍ଦ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ବିଜେପି। ସେହିପରି କଂଗ୍ରେସ ପକ୍ଷରୁ ବିଧାୟକ ସୁର ରାଉତରାୟ କହିଛନ୍ତି କି ବହୁ ଦିନରୁ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଏହି ମୂର୍ତ୍ତି ଶୋଭା ପାଉଛି। ଏହା ରାଜଧାନୀ ଏକ ପରିଚୟ, ତେଣୁ ଏହା ଯେପରି ସ୍ଥାନାନ୍ତର ନହେବ ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀ ରାଉତରାୟ ସରକାରଙ୍କୁ ନିବେଦନ କରିଛନ୍ତି।

ସ୍ମାର୍ଟ ସିଟିର ବିକାଶ ପାଇଁ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଐତିହ୍ୟ ଘୋଡା ଓ ଯୋଦ୍ଧା ମାନଙ୍କର ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର ପାଇଁ ସରକାର ଯୋଜନା କରିଛନ୍ତି।