ପିପିଲି ଥାନା ସାମ୍ନାରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପିପିଲି ଥାନା ସାମ୍ନାରେ ବିଜେଡି ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ସୂଚନା ମଳିଛି । ପୂର୍ବରୁ ବିଜେପି କର୍ମୀମାନେ ଥାନା ଘେରାଉ କରିଥିବା ବେଳେ ବିଜେଡି କର୍ମୀମାନେ ସେଠାରେ ପହଞ୍ଚି ଥାନା ଘେରାଉ କରିଥିଲେ। ଫଳରେ ୨ ଦଳର କର୍ମୀମାନଙ୍କ ମଧ୍ୟରେ ବଚସା ପରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରକାଶ ଥାଉକି, ବିଜେପି ରାଲିରେ ଯାଉଥିବା ଯୁବକକୁ ବିଜେଡି କର୍ମୀ ମାଡମାରି ଗାଡି ଚାବି ଛଡାଇ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଧାରଣା ଦେଇଥିଲେ।