ସରକାରଙ୍କ ଉଦ୍ଦେଶ୍ୟ ଧିରେ ଧିରେ ସାମ୍ନାକୁ ଆସୁଛି: ପ୍ରଦୀପ୍ତ ନାଏକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀ ହତ୍ୟାକାଣ୍ଡ ମାମଲାରେ ସରକାର ହାଇକୋର୍ଟଙ୍କ ନାଁକୁ ବ୍ୟବହାର କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଛନ୍ତି। ଆମେ ପ୍ରଥମରୁ ତାଙ୍କର ମନ୍ଦ ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇ ଆସିଛୁ। ଓଡ଼ିଶା ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ପଛରେ ମୂଳ ଉଦ୍ଦେଶ୍ୟ କ’ଣ ଥିଲା ତାହା ଧୀରେ ଧୀରେ ସାମ୍ନାକୁ ଆସୁଛି ବୋଲି ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ଶ୍ରୀ ନାଏକ ଦର୍ଶାଇଛନ୍ତି ଯେ ପରୀ ହତ୍ୟାକାଣ୍ଡ ଦିନକୁ ଦିନ ବେଶୀ ଅଡ଼ୁଆ ଆଡ଼କୁ ଯାଉଛି। ପୁର୍ବରୁ କାହିଁକି ଏସ୍ଆଇଟି ଜଣେ ନାବାଳକ ପିଲାକୁ ଜୋର ଜବରଦସ୍ତ ସାବାଳକ ଦେଖାଇବା ପାଇଁ ପ୍ରୟାସ କରୁଥିଲେ, ଯାହାକୁ ପୋକ୍ସ କୋର୍ଟ ଖାରଜ କରିଥିଲେ। ଏସ୍ଆଇଟିର ଅସଲ ଉଦ୍ଦେଶ୍ୟ ଓ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁଥିଲା। ବର୍ତ୍ତମାନ ହାଇକୋର୍ଟଙ୍କର ସ୍ପଷ୍ଟିକରଣ ପରେ ଏହାର ବୈଧତାକୁ ନେଇ ପ୍ରଶ୍ନବାଚୀ ଉଠିଲାଣି। ତେଣୁ ଘଟଣାର ସଠିକ ତଦନ୍ତ କରିବା ପାଇଁ ଏହି ମାମଲାକୁ ତୁରନ୍ତ ସିବିଆଇକୁ ଦିଆଯାଉ ।