ଆଇନ ମନ୍ତ୍ରୀଙ୍କ ଗିରଫ ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ମାଲକାନଗିରି,ଏନ୍ଏନ୍ଏସ୍: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପଜେନାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ଗିରଫ ଦାବିରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତି ଭବାନୀ ଶଙ୍କର ମୁଖାର୍ଜୀଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀଙ୍କ ଅଂଶଗ୍ରହଣ କରିଥିଲେ।

ଆଇନମନ୍ତ୍ରୀ ଶ୍ରୀ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ କରିବା ସହ ଯେଉଁମାନେ ଏଥିରେ ସଂପୃକ୍ତ ତାଙ୍କୁ ଗିରଫ ଦାବିକରି ଦଳପକ୍ଷରୁ ଏସପିଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପୂରଣ ନହେଲେ ଆଗାମୀ ଦିନରେ ବିଜେପି ଯୁବମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ସଭାପତି ଶ୍ରୀ ମୁଖାର୍ଜୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ମାନିକଲାଲ ଚକ୍ରବର୍ତ୍ତୀ, ସମ୍ପାଦକ ନବଘନ ଲକେଇ, ମହିଳା ଯୁବ ମୋର୍ଚ୍ଚା ସଭାନେତ୍ରୀ ଦେବି ମାଡ଼ିଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।