ମହିଳା ବିଜେଡି ପଦାଧିକାରୀ ଚୟନ

  • ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ବିଜେଡି ମହିଳା ଜନତା ଦଳର ପଦାଧିକାରୀଙ୍କ ଘୋଷଣା ହୋଇଛି। ରାଜ୍ୟସ୍ତରୀୟ ପରାମର୍ଶଦାତାଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କାର୍ଯ୍ୟକାରୀ ସଭାପତିଭାବେ ସୁଭୁସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କ ଦାୟିତ୍ୱ ଅର୍ପଣ କରାଯାଇଛି। ସାଧାରଣ ସମ୍ପାଦିକାଭାବେ କସ୍ତୁରୀ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ୭ ଜଣଙ୍କୁ ଜୋନ ସଭାପତିଭାବେ ନିଯୁକ୍ତି ମିଳିଛି। ବରିଷ୍ଠ ଉପସଭାପତିଭାବେ ୯ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ଉପସଭାପତି ଭାବେ ୨୭ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ଜେନେରାଲ ସେକ୍ରେଟାରୀଭାବେ ୩୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସମ୍ପାଦିକା ଭାବେ ୩୬ ଜଣଙ୍କୁ ଦାୟିତ୍ୱ ମିଳିଛି। ଯୁଗ୍ମ ସମ୍ପାଦିକାଭାବେ ୨୮ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। କାର୍ଯ୍ୟନିର୍ବାହୀ ସଦସ୍ୟଭାବେ ୬୯ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।