ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ବିଏମସିର ୩୪ନଂ ୱାର୍ଡରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥିରେ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି। ଏହି ଅବସରରେ କର୍ମୀ ଓ ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଆମର କର୍ମୀ ଭାଇ ଓ ଭଉଣୀମାନଙ୍କ ପରିଶ୍ରମ ଯୋଗୁଁ ବିଜେଡି ପୁଣି ଥରେ ଲୋକମାନଙ୍କ ସେବାର ସୁଯୋଗ ପାଇଛି। ଓଡ଼ିଶାବାସୀଙ୍କ ଏହି ଭଲ ପାଇବା ମତେ ଋଣୀ କରିଛି।
ବିଜେଡି ସେବାରେ ବିଶ୍ୱାସ କରେ। ଓଡ଼ିଶାବାସୀଙ୍କ ପାଇଁ ସଂଗ୍ରମରେ ବିଶ୍ୱାସ କରେ। ବାପୁଜୀଙ୍କ ଆଦର୍ଶରେ ବିଶ୍ୱାସ କରେ, ବିଜୁ ବାବୁଙ୍କ ଆଦର୍ଶରେ ବିଶ୍ୱାସ କରେ। ବିଜୁବାବୁ ଥିଲେ ଗରିବ ଲୋକଙ୍କର ଶ୍ରେଷ୍ଠ ବନ୍ଧୁ। ସେମାନଙ୍କ ଅସୁବିଧା ସମୟରେ ବିଜୁବାବୁ ହିଁ ଆଗ ପହଞ୍ଚୁଥିଲେ।

ଆପଣମାନେ ଜାଣନ୍ତି, ମୁଁ ନିକଟରେ ‘ଓଡ଼ିଶା- ମୋ ପରିବାର’ କାର୍ଯ୍ୟକ୍ରମ ଘୋଷଣା କରିଛି। ଏଥିରେ ବନୀକରଣ, ରକ୍ତନଦାନ ଏବଂ ଅନାଥ ଓ ଅସୁବିଧା, ବିପଦ ସମୟରେ ସାହାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ମୁଁ ଚାହେଁ, ଆମ ଦଳର ସବୁ କର୍ମୀ ଭାଇ ଓ ଭଉଣୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତୁ ଏବଂ ସେବାର ବାର୍ତ୍ତା ଘରେ ଘରେ ଦିଅନ୍ତୁ ବୋଲି କହିଥିଲେ।