ବିଜେପି ହିନ ରାଜନୀତି କରୁଛି : ବିଜେଡି

ଭୁବନେଶ୍ୱର, ଏନ୍ଏନ୍ଏସ୍: ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାକୁ ନେଇ ବିଜେପି ହିନ ରାଜନୀତି କରୁଛି ବୋଲି ବିଜେଡି ଅଭିଯୋଗ କରିଛି।
ଶୁକ୍ରବାର ଦଳର ମୁଖପାତ୍ର ଲେନିନ୍ ମହାନ୍ତି ଗଣମାଧ୍ୟମକୁ କହିଥିଲେ, ପରୀ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ହେବ ବୋଲି ରାଜ୍ୟ ସରକାର ବିଧାନସଭାରେ ସ୍ପଷ୍ଟ କରିଲେ। କୋର୍ଟଙ୍କୁ ଅବଗତ କରିବା ସହିତ ଚିଠି ପ୍ରଦାନ କରାଯାଇଛି। କୋର୍ଟ ବି ଏନେଇ ସନ୍ତୁଷ୍ଟ ଅଛନ୍ତି। ଏହି ମାମଲାରେ ଏସଆଇଟି ପରୀର ପଡ଼ୋଶୀ ସରୋଜ ସେଠୀଙ୍କୁ ଗିରଫ କରିଛନ୍ତି। ଭାରତୀୟ ଜନତା ପାର୍ଟି ଡାହା ମିଛ କହୁଛି ଓ ହିନ ରାଜନୀତି କରୁଛି। ବିଜେପି ଅଭିଯୋଗର ବାସ୍ତବତା ନାହିଁ ।  ଶ୍ରୀ ମହାନ୍ତି କହିଥିଲେ, ପରୀ ପ୍ରସଙ୍ଗରେ ବିଜେପି ନିକଟରେ କୌଣସି ତଥ୍ୟ ନାହିଁ । ତଦନ୍ତ ପ୍ରକ୍ରିୟାରେ ସେହି ଦଳର ନେତାମାନେ ସମ୍ପୂର୍ଣ୍ଣ ଅଜ୍ଞ। କେବଳ ବିଭ୍ରାନ୍ତ କଲା ଭଳି କଥା କହୁଛନ୍ତି। ଲୋକେ ତାହା ଜାଣି ସାରିଲେଣି।