ଦିଲ୍ଲୀ ଅଧ୍ୟାଦେଶ ବିଲକୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ: ଦିଲ୍ଲୀ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ସହ ଜଡ଼ିତ ଅଧ୍ୟାଦେଶକୁ ନେଇ ଓଡ଼ିଶା ବିଜେଡି ନିଜ ମତାମତ ସ୍ପଷ୍ଟ କରି ଦେଇଛି । ବିଜେଡି ଏହି ଅଧ୍ୟାଦେଶକୁ ସମର୍ଥନ କରିଛି । ଏନେଇ ଦଳର ସାଂସଦଙ୍କୁ ବିଜେଡି ହୁଇପ ଜାରି କରିଛି । ଆଲୋଚନା ଦିନ ସଂସଦରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।