୧୫ଦିନ ପାଳନ ହେବ ବିଜୁ ଜୟନ୍ତୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କର ୧୦୪ତମ ଜୟନ୍ତୀ ଚଳିତବର୍ଷ ୧୫ଦିନ ବ୍ୟାପି ପାଳନ କରାଯିବ। ମାଚ୍ଚ ୫ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଏହାକୁ ପାଳନ କରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବଳିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାଶବର୍ମା, ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀ ଏହି ସୂଚନା ଦେଇଛନ୍ତି।

ଦଳ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାର ଚଳିତବର୍ଷ ବିଜୁ ଜୟନ୍ତୀରେ ୨୦ବର୍ଷ ପୂରଣ କରିବ। ଏହି ପକ୍ଷ ପାଳନ ଅବସରରେ ବିଜୁବାବୁଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଶାର ବିକାଶ ଯାତ୍ରା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ସ୍ୱାଧିନତା ସଂଗ୍ରାମର ରଥିମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗାଁକୁ କାମ ଓ ମାଙ୍କୁ ସମ୍ମାନ ଥିଲା ବିଜୁ ବାବୁଙ୍କର ଆହ୍ୱାନ। ଆଜି ବିଜୁ ଜନତା ଦଳ ନବୀନ ବାବୁଙ୍କ ନେତୃତ୍ୱରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ନେଇଥିବା କାର୍ଯ୍ୟକ୍ରମ ରାଜ୍ୟରେ ଏକ ନୀରବ ବିପ୍ଳବ ସୃଷ୍ଟି କରିଛି।

ତେଣୁ ଏହି ପକ୍ଷ ପାଳନ ଅବସରରେ ବିଜୁ ମହିଳା ଦଳ ପକ୍ଷରୁ ମାର୍ଚ୍ଚ ୮ତାରିଖରେ ଆନ୍ତର୍ଜାତୀକ ମହିଳା ଦିବସ ଠାରୁ ମହିଳା ବିକାଶ ସଂକ୍ରାନ୍ତରେ ଆଲେଶଚନା କରାଯିବା ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ କ୍ଷେତ୍ରରେ କୃତ୍ୟବିଦ୍ୟ ମହିଳାଙ୍କୁ ସମ୍ବର୍ନ୍ଧିତ କରାଯିବ। ଦଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ। ବିଜୁ ଯୁବ, ଛାତ୍ର ଜନତାଦଳ ଆନୁକୁଲ୍ୟରେ ରକ୍ତଦାନ ଭଳି ସାମାଜିକ ପ୍ରତିବଦ୍ଧତାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାର୍ଚ୍ଚ ୫ରୁ ଏପ୍ରିଲ ୧୭ ବିଜୁ ବାବୁଙ୍କ ଜୟନ୍ତୀ ଠାରୁ ଶ୍ରାଦ୍ଧ ଦିବସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ପାଇଁ ଦଳ ବିସ୍ତୃତ ରୂପରେଖ ହୋଇଥିବା ସୂଚନା ଦିଆଯାଇଛି।