ଜାଲ ସାର୍ଟିଫିକେଟ ରାକେଟରେ ବିଜେଡି ନେତା: ସାଲୁଜା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଧାନସଭା ଶୂନ୍ୟ କାଳରେ ଜାଲ୍ ସାର୍ଟିଫିକେଟ୍ ପ୍ରସଙ୍ଗ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଉଠାଇଛନ୍ତି । ସାଲୁଜା କହିଛନ୍ତି ଯେ, ବଲାଙ୍ଗିରରେ ନକଲି ସାର୍ଟିଫିକେଟ୍ ରାକେଟ୍ ଚାଲିଛି । ମନୋଜ ମିଶ୍ର ଓ ଅଶୋକ ଉଦଗୋତାଙ୍କ ସମେତ ୧୯ଜଣ ଗିରଫ ହୋଇଛନ୍ତି । ସହସ୍ରାଧିକ ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ୍ ଦେଇଛନ୍ତି । ସେହି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ଚାକିରି କରୁଛନ୍ତି । ବିଭିନ୍ନ ଜିଲ୍ଲାରେ ରାକେଟ୍ ଚାଲିଛି ଏବଂ ଏଥିରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି । ବିଜେଡି ଆଇଟି ସେଲର ସଦସ୍ୟ ଗିରଫ ହୋଇଛନ୍ତି । ଏନଏସଏରେ ବୁକ ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ।