ଝାରସୁଗୁଡା,ଏନ୍ଏନ୍ଏସ୍: ଲଗାଣ ବର୍ଷାରେ ଝାରସୁଗୁଡା ପୌରାଞ୍ଚଳରେ ୨୪ଟି ୱାର୍ଡର ପ୍ରାୟ ୭ଶହ କଚ୍ଚା ଘର ଭାଙ୍ଗିଛି। ଫଳରେ ଲୋକେ ଘରଦ୍ୱାର ହରାଇ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ବିଷୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଦୃଷ୍ଟିଗୋଚର ହେବାରୁ ସେ ବିଜେଡି ନେତା ଓ କର୍ମୀମାନଙ୍କୁ କ୍ଷୟକ୍ଷତିର ତଥ୍ୟ ସଂଗ୍ରହ କରି ସହୟତା ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ। ବିଜୁ ଜନତା ଦଳର ସଦସ୍ୟମାନେ ଘର ହରାଇଥିବା ଲୋକଙ୍କୁ ତାର୍ପୋଲିନ ଯୋଗାଇ ଦେବାସହ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଏଥିରେ ତାପସ ରାୟ ଚୌଧୁରୀ, ସନ୍ଦୀପ ଅ୍ୱବସ୍ତି, ପିଣ୍ଟୁପାଢୀ, ଅରବିନ୍ଦ ବାରିକ ପ୍ରମୁଖଙ୍କ ସହ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।