ବିଜେପୁରରେ ସପ୍ତମ ପର୍ଯ୍ୟାୟ ଭୋଟ ଗଣତିରେ ବିଜେଡି ଆଗୁଆ

ବରଗଡ଼,ଏନ୍ଏନ୍ଏସ୍: ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ତେବେ ଭୋଟ ଗଣତିର ସପ୍ତମ ପର୍ଯ୍ୟାୟରେ ବିଜେଡ଼ି ପ୍ରାର୍ଥୀନୀ ରୀତା ସାହୁଙ୍କୁ ୫୨,୩୧୭ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କୁ ୧୩,୬୨୩ଟି ଓ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ୨,୦୫୨ଟି ଭୋଟ ମିଳିଛି।

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଗଣତି ହୋଇଥିବା ୭ଟି ପର୍ଯ୍ୟାୟରେ ବିଜେଡି ଆଗୁଆ ରହିଥିବା ବେଳେ ଦ୍ୱିତୀୟରେ ବିଜେପି ଓ ତୃତୀୟରେ କଂଗ୍ରେସ ସ୍ଥାନ କାଏମ ରହିଛି।

ପଦ୍ମପୁରରେ ୧୪ଟି କାଉଣ୍ଟିଙ୍ଗ ଟେବୁଲରେ ଭୋଟ୍ ଗଣତ ହେଉଛିି । ୧୦୩ ଜଣ ଅଧିକାରୀ ଗଣତି କରୁଛନ୍ତି । ପ୍ରତ୍ୟକ ଟେବୁଲ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜର୍ଭର ରହିଛନ୍ତି । ଗଣତି କେନ୍ଦ୍ର ଓ ଏହାର ଆଖପାଖ ଅଞ୍ଚଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଚଳିତ ଥର ଉପନିର୍ବାଚନରେ ୭୯ ଦଶମିକ ୧୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।