ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ, ପ୍ରଚାର କରିବେ ନବୀନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାଲେଶ୍ୱର ସଦର ଓ ତିର୍ତ୍ତୋଲ୍‌ରେ ଉପନିର୍ବାଚନ ପାଇଁ ସରିଛି ପ୍ରାର୍ଥିପତ୍ର ଦାଖଲ । ପ୍ରାର୍ଥୀମାନେ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି । ଏହି ପରିପ୍ରେକ୍ଷୀରେ ପ୍ରଚାରକୁ ଜୋର୍‌ଦାର କରିବା ପାଇଁ ବିଜେଡି ପକ୍ଷରୁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରାଯାଇଛି ।

ବିଜେଡି ତାଲିକାରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ଓ ବିଧାୟକ ରହିଛନ୍ତି । ତାଲିକାରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ଅନନ୍ତ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଡଃ ଅରୁଣ ସାହୁ, ପ୍ରତାପ ଜେନା, ନବକିଶୋର ଦାସ, ସୁଶାନ୍ତ ସିଂହ, ରାଜଶ୍ରୀ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ସମୀର ରଞ୍ଜନ ଦାଶ, ପ୍ରେମାନନ୍ଦ ନାୟକ, ଦେବାଶିଷ ସାମନ୍ତରାୟ, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରବୀନ୍ଦ୍ର ଜେନା, ପ୍ରଶାନ୍ତ ମୁଦୁଲି, ରଘୁନନ୍ଦନ ଦାସ, ସୁଦାମ ମାର୍ଣ୍ଡି, ଜୀବନ ପ୍ରଦୀପ ଦାସ, ମୁନ୍ନା ଖାଁ, ଆକାଶ ଦାସ ନାୟକ, ଅରିନ୍ଦମ ରାୟ ଏବଂ କୁନା ତ୍ରିପାଠୀ ।