କୋଭିଡ ପରିଚାଳନା ଓ ପ୍ରବାସୀ ସମସ୍ୟାକୁ ନେଇ ବିରୋଧୀଙ୍କ ଅଭିଯୋଗ ଅବାସ୍ତବ : ଶଶୀଭୂଷଣ ବେହେରା

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ପରିଚାଳନା ତଥା ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା। ସେ କହିଛନ୍ତି ବିରୋଧୀଙ୍କ ଅଭିଯୋଗ ଅବାସ୍ତବ । ରାଜ୍ୟ ସରକାର ଏଯାବତ କରୋନାର ସଫଳ ମୁକାବିଲା କରିଆସୁଛନ୍ତି। ଏଥିପାଇଁ ଓଡ଼ିଶାକୁ  ପ୍ରଶଂସା ମିଳି ଆସୁଛି। ରାଜ୍ୟରେ ମୃତ୍ୟୁହାରକୁ କମାଇବା ସହ ସୁସ୍ଥ ହାରକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ବିରୋଧୀ ଏଥିରେ ସହଯୋଗ ନକରି ଅବାସ୍ତବ ଆରୋପ ଲଗାଇବା ଦୁଃଖଦାୟକ ବୋଲି ସେ କହିଛନ୍ତି।
ରାଜ୍ୟ ସରକାର ବର୍ତ୍ତମାନ ଜୀବନ ଓ ଜୀବିକାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ଜୀବିକା ପାଇଁ କୃଷି, ଏମଏସଏମଇ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଯେଉଁ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ଆସିଛନ୍ତି, ସେମାନଙ୍କୁ ନେଇ ମ୍ୟାପିଂ କରାଯାଉଛି। ଦକ୍ଷତା ଅନୁଯାୟୀ ସେମାନଙ୍କୁ ନିଯୁକ୍ତି ଦେବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ତେବେ ପ୍ରବାସୀମାନେ ପୁନଶ୍ଚ ଅନ୍ୟରାଜ୍ୟକୁ ଫେରିଯିବା ପାଇଁ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ।