କରୋନାର ତୃତୀୟ ଲହରିର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ଶିଳ୍ପ ସଂଘ: ପିୟୂଷ ଗୋୟଲ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନାର ତୃତୀୟ ଲହରି ଆହୁରି ଭୟାନକ ହେବା ନେଇ ଆକଳନ କରାଯାଇଥିବା ବେଳ ବ୍ୟବସାୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋୟଲ ଶିଳ୍ପ ସଂଘମାନଙ୍କୁ ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିବା ପାଇଁ କହିଛନ୍ତି। ଏଥିସହିତ ଏହି ତୃତୀୟ ଲହରିରେ ଛୋଟ ପିଲାଙ୍କ ପ୍ରତି ବିପଦ ଆଶଙ୍କା ଥିବାରୁ ସେମାନଙ୍କୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ଗୋୟଲ କହିଛନ୍ତି କି ଏବେ ଦେଶରେ କୋଭିଡ-୧୯ ଭୂତାଣୁ ସଂକ୍ରମଣ ଦୃତ ଗତିରେ ବଢ଼ୁଥିବାରୁ ଲକଡାଉନ, ମେଡ଼ିକାଲ ଅକ୍ସିଜେନର ଅଭାବ ରହୁଛି। ଏଥିସହିତ ପ୍ରବାସୀ ଶ୍ରମିକଙ୍କ ଅଭାବ ଯୋଗୁଁ ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ତେଣୁ କେରୋନାର ତୃତୀୟ ଲହରିରେ ବର୍ତ୍ତମାନ ଓ ଭବିଷ୍ୟତରେ ହେବାକୁ ଥିବା ଅସୁବିଧାର ସମ୍ମୁଖୀନ କରିବା ପାଇଁ ପୂର୍ବ ଅନୁଭବରୁ ଶିଖିଥିବା ଶିକ୍ଷା ଅନୁସାରେ ପଦକ୍ଷେପ ନେବାକୁ କହିଛନ୍ତି।