ତିରୁପୁରା,ଏଜେନ୍ସି: ତାମିଲନାଡୁର ତିରୁପୁର ଜିଲ୍ଲାର ଉଥୁକୁଲିରେ ଏକ ଘରୋଇ କମ୍ପାନୀରେ କାର୍ୟ୍ୟ କରୁଥିବା ଓଡିଆ ଶ୍ରମିକଙ୍କୁ ମାଡ଼ ମରାଯାଇଛି। ଶ୍ରମିକମାନେ ଦେଶବାସୀ ଉତ୍ତମ ଖାଦ୍ୟ ଦାବିରେ ମ୍ୟାନେଜର ତଥା ସୁରକ୍ଷା କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୪ ଜଣ ମହିଳା ଏବଂ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଏ ନେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ ଓଡିଶାରୁ ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ପ୍ରବାସୀ ଏହି ୟୁନିଟରେ ପୋଷାକ ତିଆରି କାର୍ୟ୍ୟରେ ନିୟୋଜିତ ଥିଲେ। ତାଲା ପକାଇବା ପରେ ସେଠାରେ ରହିବା ଛଡା ସେମାନଙ୍କର ଅନ୍ୟ କୌଣସି ବିକଳ୍ପ ନଥିଲା ଏବଂ ପରଠାରୁ କେବଳ ଚାଉଳ ଏବଂ ରସାମ ଖାଇବାକୁ ଦିଆଯାଉଥିଲା। ପରେ କର୍ମୀମାନେ ଯେତେବେଳେ ଭଲ ଖାଦ୍ୟ ମାଗିଥିଲେ ସେତେବେଳେ ଲାଠି-ଚାର୍ଜ ବ୍ୟବହାର କରିଥିଲେ ବୋଲି ଜଣେ ପ୍ରବାସୀ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି। ଯେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପୁଲିସକୁ ନିବେଦନ ମଧ୍ୟ କରିଥିବା ଜଣାପଡ଼ିଛି।