କରୋନା ଲଢ଼େଇରେ ସାହାଯ୍ୟର ହାତ ବଢ଼ାଇବେ ବିରୁଷ୍କା ଖେଳଦେଶ- ବିଦେଶମନୋରଞ୍ଜନ By Nitidin Last updated May 7, 2021 Share ମୁମ୍ବାଇ,ଏଜେନ୍ସି: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନି ତଥା ବଲିଉଡ କଳାକାର ଅନୁଷ୍କା ଶର୍ମା କରୋନା ମହାମାରୀ ସହିତ ଲଢ଼ିବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଏନେଇ ଉଭୟ ପାଣ୍ଠି ଯୋଗାଣ ପାଇଁ ‘କେଟା’ ନାମକ ଏକ ସଂସ୍ଥାର ଆରମ୍ଭ କରିଛନ୍ତି। ଏହା ଦ୍ୱାରା କରୋନା ମହାମାରୀ ସମୟରେ ଲୋକମାନଙ୍କୁ ସାହାଯ୍ୟ କରାଯିବ। ଏଥିସହ ଉଭୟ ୨ କୋଟି ଟଙ୍କା କୋଭିଡ ମହାମାରୀ ପାଣ୍ଠିକୁ ଦାନ କରିଛନ୍ତି। ତେବେ ଏହି ସଂସ୍ଥା ଦ୍ୱାରା ୭ କୋଟି ଟଙ୍କା ପାଣ୍ଠି ଯୋଗାଡ କରିବାକୁ ଉଭୟ ବିରାଟ ଓ ଅନୁଷ୍କା ଲକ୍ଷ୍ୟ ରଖିଛନ୍ତି। ଏନେଇ ବିରାଟ କୋହଲି ଓ ଅନୁଷ୍କା ଟୁଇଟରରେ ସୂଚନା ଦେଇଛନ୍ତି। ଏନେଇ ଟୁଇଟରରେ ଅନୁଷ୍କା ଶର୍ମା ଓ ବିରାଟ କୋହଲି ଏକ ଭିଡିଓ ପୋଷ୍ଟ କରି କହିଛନ୍ତି କି ବର୍ତ୍ତମାନ ଦେଶ କୋଭିଡ ମହାମାରୀର ଦ୍ୱିତୀୟ ଲହର ଦେଇ ଗତିକରୁଛି। ଏଥିରେ ଦେଶର ସ୍ୱାସ୍ଥ୍ୟାବସ୍ଥା କ୍ଷେତ୍ରକୁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହି ସମୟରେ ବିରାଟ ଓ ମୁଁ କୋଭିଡ ୧୯ ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପାଣ୍ଠି ଯୋଗାଡ ପାଇଁ ‘କେଟା’ ଆରମ୍ଭ କରିଛୁ। ଆମେ ସମସ୍ତେ ମିଳିମିଶି ଏହି ସଂକଟକୁ ଦୂର କରିବା। ତେଣୁ ଦୟାକରି ଭାରତ ଓ ଭାରତୀୟଙ୍କୁ ସମର୍ଥନ କରିବାକୁ ଆଗକୁ ଆସିବାକୁ ଅନୁଷ୍କା ନିବେଦନ କରିଛନ୍ତି। ଏଥିସହିତ ସମସ୍ତେ ମାସ୍କ ପିନ୍ଧନ୍ତୁ, ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ବିରୁଷ୍କା ନିବେଦନ କରିଛନ୍ତି। View this post on Instagram A post shared by AnushkaSharma1588 (@anushkasharma) Share