ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ରାହ୍ମଣ ଏକତା ମଞ୍ଚ ତରଫରୁ ପ୍ରଥମ କରି ଭଗବାନ ପଶୁର୍ରାମଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ରାହ୍ମଣ ସମାଜର ସଭାପତି ମନ୍ମୟ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ପଞ୍ଚାମୁଖୀ ହନୁମାନ ମନ୍ଦିରରୁ ଏକ ସୁସଜ୍ଜିତ ଗାଡ଼ିରେ ଭଗବାନ ପଶୁର୍ରାମଙ୍କ ଫେଟା ରଖି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ପାଟଣାଗଡ଼ ଉପଖଣ୍ଡର ସମସ୍ତ ବ୍ରାହ୍ମଣ ସମାଜର କମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରାଟି ବ୍ଲକ ଛକରେ ପହଞ୍ଚିବା ପରେ ପଶୁର୍ରାମଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଦଳମତ ନିର୍ବିଶେଷରେ ଏହି ଛକକୁ ପଶୁର୍ରାମ ଛକ ଭାବେ ଘୋଷଣା କରିବା ପାଇଁ ପ୍ରଶାସନ ନିକଟରେ ଦାବୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାର୍ଜର ସଭାପତି ମନ୍ମୟ ଦାସ, ସମ୍ପାଦକ ଗୌର ଆଚାର୍ଯ୍ୟ, ଅରକ୍ଷିତ ଯୋଷୀ, ପ୍ରଭାତ ଯୋଷୀ, ଡମ୍ବରୁଧର ପାଣିଗ୍ରାହୀ ଓ ନରହରି ହୋତାଙ୍କ ସେମତ ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ ଅଞ୍ଚଳର ବ୍ରାହ୍ମଣ ସମାଜର ବହୁ ସଂଖ୍ୟକ ଲୋକ ଯୋଗେ ଦେଇଥିଲେ ।