ଭୁଟାନରେ ଜନ୍ମଦିନ ପାଳିଲେ ବିରାଟ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ଆଜି ୩୧ବର୍ଷ ପୂରଣ ହୋଇଥିବାବେଳେ ସେ ତାଙ୍କ ଜନ୍ମଦିନ ଭୁଟାନରେ ପାଳନ କରୁଥିବା ଜଣାଯାଇଛି। ଏ ନେଇ ବିରାଟଙ୍କ ପତ୍ନି ଅନୁଷ୍କା ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ସେୟାର କରିଛନ୍ତି। ତବେ ଏହାକୁ ଦେଖିଲେ ବେଶ ମନେ ହୁଏ ଯେ ବିରାଟ ଏଥର ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳନ କରୁଛନ୍ତିି। ତେବେ ଏହି ପୋଷ୍ଟରେ ଅନୁଷ୍କା ଶର୍ମା ଏକ ହିଲ ଷ୍ଟେସନରେ ବିରାଟଙ୍କ ସହ ଯାତ୍ରା କରୁଛନ୍ତି ଏବଂ ସେ ସେଠାରେ ଥିବା ଏକ ଛୋଟ ଗାଁରେ ରହି ଏକ ପରିବାର ଲୋକଙ୍କ ସହ ଚା’ ପିଉଛନ୍ତି।


ବିରାଟଙ୍କ ଏହି ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି।


ଅନ୍ୟପଟେ ପୂର୍ବରୁ ଅନେକ ଥର ବିରାଟଙ୍କ ବାୟୋପିକ୍‌ ବିଷୟରେ ଆଲୋଚନା ହୋଇସାରିଥିବାବେଳେ ଏ ସମ୍ପର୍କରେ ବିରାଟଙ୍କୁ ଯେତେବେଳେ ଏକ ସାକ୍ଷାତ୍‌କାରରେ ପଚରାଗଲା କି ଆପଣଙ୍କ ବାୟୋପିକ୍‌ରେ ଆପଣଙ୍କ ଚରିତ୍ର କିଏ ନିଭାନ୍ତୁ ବୋଲି ଆପଣଙ୍କ ଇଚ୍ଛା? ବିରାଟ ଉତ୍ତର ଦେଇଛନ୍ତି, ‘ଅନେକ ଦକ୍ଷ କଳାକାର ଇଣ୍ଡଷ୍ଟ୍ରିରେ ଅଛନ୍ତି। ମୁଁ ଚାହେଁ କେହି ନୂଆ ଦକ୍ଷ କଳାକାର ମୋ ଚରିତ୍ର ନିଭାନ୍ତୁ, ଯିଏ ଭଲ ଭାବେ ମୋ ଚରିତ୍ରକୁ ମ୍ୟାଚ୍‌ କରିବେ’।