୪ ଦିନିଆ ରିମାଣ୍ଡରେ କୁବେର ବିରଞ୍ଚି

  • ଭୁବନେଶ୍ୱର: ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା କୋଟିପତି ପିଏସ୍ ବିରଞ୍ଚି ସାହୁଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ। ଗିରଫ ବିରଞ୍ଚିଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ। ଓଏସଏସସି କାରବାର ସମ୍ପର୍କରେ ପଚରାଉଚରା କରିବ ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଗିରଫ ହୋଇଛନ୍ତି ବିରଞ୍ଚି। ବିରଞ୍ଚିଙ୍କଠାରୁ ସାଢ଼େ ୩ କୋଟିର ସପତ୍ତି ଠାବ କରିଛି ଭିଜିଲାନ୍ସ।  ଗତକାଲି ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ମାମଲାରେ ଗିରଫ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆୟ ବହିର୍ଭୂତ ସପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ବିରଞ୍ଚି। ଓଏସଏସସି ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଅମାପ କଳାଧନ ପେଡ଼ିର ରହସ୍ୟ ଧୀରେ ଧୀରେ ଫିଟିବାରେ ଲାଗିଛି। କିରାଣୀରୁ କୋଟିପତି ପିଏସ୍ ବନିଥିବା ବାବୁ ବିରଞ୍ଚି ଯେ, ସାଧାରଣ ତୃତୀୟ ଶ୍ରେଣୀ କର୍ମଚାରୀ ଥିଲେ ତା’ ନୁହେଁ। ଶିକ୍ଷିତ ବେକାରୀଙ୍କ ଆଗରେ ସେ ଥିଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ଯିଏ ଯେଉଁଠି ଦେଖିଲେ ତାଙ୍କୁ ମୁଣ୍ଡିଆ ମାରୁଥିଲେ। ବାବୁ ବିରଞ୍ଚି କୁଆଡ଼େ ଥିଲେ ଚାକିରି ବିକ୍ରିର ମାଷ୍ଟରମାଇଣ୍ଡ।