ବିରାଟଙ୍କ ବିଗ ଫ୍ୟାନ ପିଣ୍ଟୁ

ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲିଙ୍କୁ ଭେଟିବା ପାଇଁ ବିଶାଖାପାଟନମରେ ପହଞ୍ଚିଛନ୍ତି ଗଞ୍ଜାମ କୁକୁଡ଼ା ଖଣ୍ଡିର ପିଣ୍ଟୁ। ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚିତ ପିଣ୍ଟୁ ବର୍ତ୍ତମାନ ବିରାଟଙ୍କ ବିଗ ଫ୍ୟାନ ହୋଇପାରିଛନ୍ତି। ପିଣ୍ଟୁଙ୍କ ଦୀର୍ଘ ଦିନର ଇଚ୍ଛା ଥିଲା ବିରାଟ କେହଲିଙ୍କୁ ଭେଟିବାକୁ। ତେବେ ପିଣ୍ଟୁ ବିରାଟଙ୍କ ବଡ଼ ଫ୍ୟାନ ହୋଇଥିବାରୁ ସେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ବିରାଟଙ୍କ ଟାଟୁ କରିଛନ୍ତି। ତେବେ ଏ ନେଇ ବିରାଟ ନିଜେ ତାଙ୍କୁ ଭେଟି ଖୁସିରେ ତାଙ୍କୁ କୁଣ୍ଢେଇ ପକାଇଥିଲେ।

ତେବେ ତାଙ୍କର ଦୀର୍ଘଦିନର ଇଚ୍ଛା ସାକାର ହେବାପରେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାରେ ଅଛନ୍ତି ପିଣ୍ଟୁ। ତେବେ ବିରାଟ କୋହଲି  ନେଇ ପିଣ୍ଟୁଙ୍କ ସହିତ ନିଜ ଫଟୋକୁ ଟ୍ୱିଟ୍‍ କରିବା ସହ ପିଣ୍ଟୁ ତାଙ୍କର ବିଗ୍‌ ଫ୍ୟାନ୍‌ ବୋଲି କହିଛନ୍ତି।