ପୁର୍ବତନ ବିଧାୟକଙ୍କ ପରଲୋକ

ଭବାନୀପାଟଣା/ଗୋଲାମୁଣ୍ଡା ,ଏନ୍ଏନ୍ଏସ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନ ସଭାର ପୁର୍ବତନ ବିଜେଡି ବିଧାୟକ ବୀର ସିପକାଙ୍କ ଆଜି ୬୪ ବର୍ଷ ବୟସରେ ତାଙ୍କ ଗୋଲାମୁଣ୍ଡା ସ୍ଥିତ ଘରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ସୀପକା ବିଜୁବାବୁଙ୍କ ସହ ଜନତା ଦଳରୁ ସାମିଲ ହୋଇ ବିଧାୟକ ଭାବେ ବିଜେଡିରୁ ୨ ଥର ଧର୍ମଗଡରେ ନିର୍ବାଚିତ ହୋଇଥିଲେ। ପରେ ରାଜ୍ୟ ବିଜେଡିର ଅନୁସୁଚିତ ଜାତି ମୋର୍ଚ୍ଚାର ସଭାପତି ମଧ୍ୟ ଥିଲେ। ୧୯୯୫ ଜନତା ଦଲରୁ ବିଧାୟକ ପରେ ୨୦୦୦ ଏବଂ ୨୦୦୪ରେ ବିଜେଡିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାସହ ସେ ଗୋଲାମୁଣ୍ଡାରେ ଏ ଆଇନ ମହା ବିଦ୍ୟାଳୟ ମଧ୍ୟ ସ୍ଥାପନ କରିଥିଲେ। ତାଙ୍କରି ବିୟୋଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,ସାଂସଦ ବସନ୍ତ ପଣ୍ଡା,ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ,ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ପୁର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ,ବଳଭଦ୍ର ମାଝି ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।