ହସ୍ପିଟାଲରେ ବାୟୋମେଟ୍ରିକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ବାୟୋମେଟ୍ରିକ ଲାଗୁ ହେବ । ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉପସ୍ଥାନ ପାଇଁ ଏପରି ବ୍ୟବସ୍ଥା କରାଯିବ । ପରବର୍ତ୍ତୀ ସମୟରେ ସମସ୍ତ ପିଏଚସି ଓ ସିଏଚସିରେ ବାୟୋମେଟ୍ରିକ ଲଗାଯିବ । ଏଥିସହିତ ଚଳିତ ବର୍ଷ ୫ ହଜାର ଡାକ୍ତର ଓ ୯ ହଜାର ଷ୍ଟାଫ ନର୍ସ ମଧ୍ୟ ନିଯୁକ୍ତି ପାଇବେ । ଏନେଇ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ସୂଚନା ଦେଇଛନ୍ତି ।