ଉହାନ ବୈଜ୍ଞାନିକଙ୍କ ଖୁଲାସା, ଚୀନ ଜାଣିଶୁଣି କୋରୋନା ଭାଇରସର ବିସ୍ତାର କରିଥିଲା

ବେଜିଂ: ଚାଇନାର ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିଷ୍ଟ ଜଣେ ଗବେଷକ ଦାବି କରିଛନ୍ତି ଯେ, ଚୀନ ଜାଣିଶୁଣି ସାରା ବିଶ୍ୱରେ କୋରୋନା ଭାଇରସ ବିସ୍ତାର କରିଛି । କୋଭିଡ -୧୯କୁ ଏକ ଜୈବିକ ଅସ୍ତ୍ର ଭାବରେ ବ୍ୟବହାର କରିଥିଲା । ଯାହାଦ୍ୱାରା ଲୋକମାନେ ସଂକ୍ରମିତ ହୋଇପାରିବେ । ବିଶ୍ବ ବିରୁଦ୍ଧରେ ଚୀନ୍ ଦ୍ୱାରା ପରିଚାଳିତ ବାୟୋଲୋଜିକାଲ ଟେରୋରିଜମର ଏହା ଏକ ଅଂଶ ବୋଲି କୁହାଯାଇଛି ।
ଅନୁସନ୍ଧାନକାରୀ ଚାଓ ଶାଓ କହିଛନ୍ତି ଯେ, ତାଙ୍କ ସହକର୍ମୀଙ୍କୁ କୋରୋନା ଭୂତାଣୁର ଚାରିଟି ଷ୍ଟ୍ରେନ୍ ଦିଆଯାଇଥିଲା। କେଉଁ ଷ୍ଟ୍ରେନ୍ ଶୀଘ୍ର ବିସ୍ତାର ହେବ ତାହା ଜାଣିବାକୁ ସେମାନଙ୍କୁ କୁହାଯାଇଥିଲା । ଏନେଇ ଅନ୍ତର୍ଜାତୀୟ ପ୍ରେସ ଆସୋସିଏସନର ସଦସ୍ୟ ଜେନିଫର ଜେଙ୍ଗଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଚାଓ ଶାଓ । ଜେନିଫର୍ ଜଣେ ମାନବ ଅଧିକାର କର୍ମୀ ଏବଂ ଚାଇନାର ଜଣେ ଜଣାଶୁଣା ଲେଖକ ଅଟନ୍ତି । ଜେନିଫର ଜେଙ୍ଗଙ୍କୁ ଦେଇଥିବା ୨୬ ମିନିଟର ସାକ୍ଷାତକାରରେ ରିସର୍ଚ୍ଚର ଚାଓ ଶାଓ ଏଭଳି କହିଛନ୍ତି ।
୨୬ ମିନିଟର ଏକ ସାକ୍ଷାତକାରରେ, ଚାଓ ଶାଓ କହିଥିଲେ ଯେ, “ମୋତେ ଏବଂ ଆମର ସମସ୍ତ ସହଯୋଗୀଙ୍କୁ କୋରୋନା ଭାଇରସ ଉପରେ ଅନୁଧ୍ୟାନ କରିବା ପାଇଁ କୋରୋନାର ୪ଟି ଷ୍ଟ୍ରେନ ଦିଆଯାଇଥିଲା । ପରୀକ୍ଷା କରିବା ପାଇଁ କୁହାଯାଇଥିଲା ଯେ, ଏହି ଚାରୋଟି ଷ୍ଟ୍ରେନ୍ ମଧ୍ୟରୁ କେଉଁଟି ବିସ୍ତାର କରିବାର ଅଧିକ କ୍ଷମତା ରହିଛି କେଉଁ ଷ୍ଟ୍ରେନ୍ ସର୍ବାଧିକ ପ୍ରଜାତିଙ୍କୁ ସଂକ୍ରମିତ କରିପାରେ । ଏହା ମଣିଷକୁ କେତେ ଅସୁସ୍ଥ କରିପାରେ ତାହା ମଧ୍ୟ ଖୋଜିବା ପାଇଁ କୁହାଯାଇଥିଲା । ଚୀନ କୋରୋନା ଭୂତାଣୁକୁ ଜୈବିକ ଅସ୍ତ୍ର ଭାବରେ ବ୍ୟବହାର କରିଥିଲା ।