ମୁଖ୍ୟମନ୍ତ୍ରୀଙ୍କ ଜୀବନୀକୁ ନେଇ ଓଡ଼ିଆ ପୁସ୍ତକ ‘ଓଡ଼ିଶା ରାଜନୀତିର ନିରବ ସାଧକ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶନିବାର ବିଧାନସଭାସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ‘ଓଡ଼ିଶା ରାଜନୀତିର ନୀରବ ସାଧକ ନବୀନ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବାୟୋପିକ ପୁସ୍ତକରେ ତାଙ୍କର ଜୀବନ ସ୍ୱର୍ଣ୍ଣିମ ସମୟକୁ ଉଲ୍ଲେଖ କରାଯାଇଛି।

ଏହି ଉନ୍ମୋଚନ ଉତ୍ସବରେ ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ବିକାଶ ସହିତ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସେ ଜଣେ ବିଶିଷ୍ଟ ରାଜନେତା। ନିଜର ନିରଳସ ବ୍ୟକ୍ତିତ୍ୱ ଓ ନିଷ୍ଠାପର ଜନସେବା ତାଙ୍କୁ ଜଣେ ରାଷ୍ଟ୍ରନୀତିଜ୍ଞ ଆଦୃତି ପ୍ରଦାନ କରିଛି। ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ରଚିତ ଏବଂ କଳିଙ୍ଗ ସମାଜ ପବ୍ଲିକେସନ୍ସ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ‘ଓଡ଼ିଶା ରାଜନୀତିର ନୀରବ ସାଧକ ନବୀନ ପଟ୍ଟନାୟକ’ ପୁସ୍ତକକୁ ଲୋକାର୍ପଣ କରି ବାଚସ୍ପତି ଡ. ପାତ୍ର ଏହି ମତ ଦେବା ସହ ନବୀନ ବାବୁଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।