ଅତ୍ୟାଧୁନିକ ବିନୋଦ ପ୍ୟାଲେସ ଉଦଘାଟିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ସହରର ପ୍ରବେଶ ପଥ ତଥା ଜାତୀୟ ରାଜପଥ ୨୬ ପାର୍ଶ୍ୱରେ ଥିବା ଅତ୍ୟାଧୁନିକ ବିନୋଦ ପ୍ୟାଲେଶ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁନା ଖାନ୍‌, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଜେଡି ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ ଓ ସହପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଠାରେ ଡବଲ ବେଡ ସହିତ, ଟିଭି, ଅତ୍ୟାଧୁନିକ ଲାଇଟ୍ ଓ କ୍ୱିକ ସର୍ଭିସ ଆଦି ଉପଲବ୍ଧିର ସୁବିଧା ସୁଯୋଗ ରହିଥିବା ସୂଚନା ମିଳିଛି । ପୁଷ୍ପା ଗ୍ରୁପ୍ ହୋଟେଲ ପକ୍ଷରୁ ତାପସ ତ୍ରୀପାଠୀ ଓ ଉତ୍ତମ ତ୍ରିପାଠୀଙ୍କ ସମେତ ବହୁ ବୁଦ୍ଧିଜୀବୀ, ସରକାରୀ ଅଧିକାରୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ରହିବା, ଖାଇବା, ଲିଫ୍ଟ ଓ ପାର୍କିଂ ଆଦି ସବୁ ଦୃଷ୍ଟିକୋଣରୁ ଗେଷ୍ଟଙ୍କ ପାଇଁ ଏହା ସହାୟକ ହେବ ବୋଲି ଅନୁମାନ କରାଯାଉଛି ।