ନୂଆଦିଲ୍ଲୀ: ଟୋକିଓ ପାରାଅଲମ୍ପିକ ଗେମ୍ସରେ ଡିସକସ ଥ୍ରୋଓର ବିନୋଦ କୁମାରଙ୍କୁ ଏକ ବଡ଼ ଝଟକା ଲାଗିଛି। ବିନୋଦ ଏଫ୫୨ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହରାଇଛନ୍ତି। ବିନୋଦ ଗତକାଲି ଡିସକସ ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଥିଲେ। କିନ୍ତୁ ଅନ୍ୟଜଣେ ପ୍ରତିଯୋଗୀ ଏହି ଫଳାଫଳକୁ ଚ୍ୟାଲେଞ୍ଜ କରିଥିଲେ। ସେଥିପାଇଁ ଆୟୋଜକ ଫଳାଫଳକୁ ସ୍ଥଗିତ ରଖିଥିଲେ। ପରେ ବିନୋଦଙ୍କୁ ଦିବ୍ୟାଙ୍ଗ ବର୍ଗରେ ଅଯୋଗ୍ୟ ଘୋଷଣା କରାଯାଇଥିଲା।
ସୂଚନାଯୋଗ୍ୟ, ଏଫ୫୨ ଇଭେଣ୍ଟରେ ସେହି ଆଥଲୀଟ ଭାଗ ନିଅନ୍ତି ଯେଉଁମାନଙ୍କର ମାଂସପେଶୀ କ୍ଷମତା ଦୁର୍ବଳ ହେବା ସହ ଖୁବ୍ କମ୍ ଚଳାଚଳ କରିଥାଏ। ହାଥରେ କୌଣସି ବିକାର ହେବା ସହ ହାଥ କିମ୍ବା ଗୋଡ଼ର ଲମ୍ବରେ ସମାନତା ନଥାଏ। ଏଥିରେ ଖେଳାଳୀ ବସିକି ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ଆୟୋଜକ ଅଗଷ୍ଟ ୨୨ରେ ବିନୋଦଙ୍କୁ କ୍ୱାଲିଫାୟ କରିଥିଲେ।