ଫ୍ଲିପକାର୍ଟ ଶେୟାର ବିକିଲେ ବିନ୍ନି ବଂଶଲ

ଫ୍ଲିପକାର୍ଟ ଶେୟାର ବିକିଲେ ବିନ୍ନି ବଂଶଲ

ଫ୍ଲିପ୍କାର୍ଟର ସହସଂସ୍ଥାପକ ବିନ୍ନି ବଂଶଲ ତୃତୀୟଥର ପାଇଁ ତାଙ୍କର ୧,୦୨,୩୫୫ ଶେୟାରକୁ ଇନ୍ଭେଷ୍ଟମେଣ୍ଟ ଫାର୍ମ ଟାଇଗର୍ ଗ୍ଲୋବାଲକୁ ବିକ୍ରି କରିଛନ୍ତି। ଏହି ଶେୟାରର ମୂଲ୍ୟ ୧.୪ କୋଟି ଡଲାର ବା ୧୦୦ କୋଟିରୁ ଅଧିକ ଟଙ୍କାର ହେବ ବୋଲି ଉଲ୍ଲେଖ କରାଯାଇଛି। ଏହି ଡିଲ୍ ପରେ ଫ୍ଲିପକାର୍ଟରେ ଟାଇଗର୍ ଗ୍ଲୋବାଲର ଅଂଶଧନ ୪.୬୩%ରୁ ବୃଦ୍ଧି ପାଇ ୪.୬୯%ରେ ପହଞ୍ଚିଛି। ଫ୍ଲିପକାର୍ଟ ପକ୍ଷରୁ ରେଜିଷ୍ଟ୍ରାର୍ ଅଫ୍ କମ୍ପାନିଜକୁ ଦିଆଯାଇଥିବା ସୂଚନାରୁ ଏ ସମ୍ବନ୍ଧରେ ଜଣାପଡ଼ିଛି।

ଗତବର୍ଷ ମାର୍ଚ୍ଚରେ ଆମେରିକୀୟ ରିଟେଲ କମ୍ପାନୀ ୱାଲମାର୍ଟ ଫ୍ଲିପକାର୍ଟର ୭୭% ଶେୟାର କିଣିଥିଲା। ସେତେବେଳ ଠାରୁ ବର୍ତ୍ତମାନ ସୁଦ୍ଧା ବିନ୍ନି ବଂଶଲ ତିନିଥର ତାଙ୍କ ଶେୟାର ବିକ୍ରି କରିସାରିଛନ୍ତି। ବର୍ତ୍ତମାନ ତାଙ୍କ ନିକଟରେ ଫ୍ଲିପକାର୍ଟର ୩% ଅଂଶଧନ ରହିଛି। ଚଳିତବର୍ଷ ଜୁନରେ ୫୩୧ କୋଟି ଟଙ୍କାରେ ୫.୪ ଲକ୍ଷ ଶେୟାର ୱାଲମାର୍ଟକୁ ବିକ୍ରି କରିଥିଲେ। ଗଣମାଧ୍ୟମ ରିପୋର୍ଟ ମୁତାବକ, ଗତବର୍ଷ ୱାଲମାର୍ଟର ଡିଲ୍ ସମୟରେ ବିନ୍ନି ୧୧୦୩ କୋଟି ଟଙ୍କାରେ ୧୧,୨୨,୪୩୩ ଶେୟାର ବିକ୍ରି କରିଥିଲେ।

ତାଙ୍କ ଉପରେ ଶାରୀରିକ ଶୋଷଣର ଅଭିଯୋଗ ଲାଗିବା ପରେ ଗତବର୍ଷ ନଭେମ୍ବରରେ ସେ ଫ୍ଲିପକାର୍ଟ ଗ୍ରୁପର ସିଇଓ ପଦବୀରୁ ଇସ୍ତଫା ଦେଇଥିଲେ। ମାତ୍ର କମ୍ପାନୀର ବୋର୍ଡରେ ସେ କାର୍ଯ୍ୟରତ ଅଛନ୍ତି। ସଚିନ୍ ବଂଶଲ ଏବଂ ବିନ୍ନି ବଂଶଲ ମିଳିତ ହୋଇ ୨୦୦୭ରେ ଫ୍ଲିପକାର୍ଟର ଶୁଭାରମ୍ଭ କରିଥିଲେ।