ଅଭିନେତା ବିକ୍ରମଜିତଙ୍କ ପରଲୋକ

ମୁମ୍ବାଇ,ଏଜେନ୍ସି: କଳା ଜଗତରୁ ପୁଣି ଆସିଲା ନୈରାଶ୍ୟଜନକ ଖବର। ଆଖି ବୁଜିଲେ ଅଭିନେତା ବିକ୍ରମଜିତ କନୱାରପାଲ। କରୋନା ଆକ୍ରାନ୍ତ ବିକ୍ରମଜିତ ଶୁକ୍ରବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ମୃତ୍ୟୁ ସମୟରେ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ବିଶିଷ୍ଟ ସେଲିବ୍ରିଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।