ବିକ୍ରମ ସୁରକ୍ଷିତ: ଇସ୍ରୋ

ବେଙ୍ଗାଲୁରୁ,ଏନ୍ଏନ୍ଏସ୍: ଲ୍ୟାଣ୍ଡର ବିକ୍ରମର କୌଣସି କ୍ଷତି ହୋଇନାହିଁ ବୋଲି ସୂଚନା ଦେଲା ଇସ୍ରୋ। ହାର୍ଡ ଲ୍ୟାଣ୍ଡ ଯୋଗୁଁ ବିକ୍ରମ ଅତି ଜୋରରେ କଚାଡି ହୋଇ ପଡିଛି। ଫଳରେ ତାହା ନୂଆଁଣିଆ ଅବସ୍ଥାରେ ପଡିଛି। ବିକ୍ରମ ସହ ପୁନଃ ଯୋଗାଯୋଗ ପାଇଁ ଉଦ୍ୟମ ଜାରି ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ପ୍ରକାଶ ଥାଉ କି ଲ୍ୟାଣ୍ଡର ବିକ୍ରମ ଗତ ୬ ତାରିଖ ରାତିରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ଥିଲା। କିନ୍ତୁ ୨.୧ କିଲୋମିଟର ପୂର୍ବରୁ ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଗତକାଲି ଆର୍ବିଟର ବିକ୍ରମ ସମ୍ପର୍କରେ ସନ୍ଧାନ କରିବାରେ ସଫଳ ହୋଇଥିଲା।