ପରିବା ଓ ରାସନ ପାଇଁ ବାଇକ୍ ମନା, ଗାଡି ବାହାର କଲେ ଜବତ କରୁଛି ପୁଲିସ

ଲକଡାଉନରେ ଅଧିକ କଠୋର ହେଲା ପୁଲିସ। ପରିବା ଓ ରାସନ କିଣାକିଣି ପାଇଁ ବାଇକ ନେଇ ଯିବାକୁ ବାରଣ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଚାଲିଚାଲି ଯିବାକୁ ପୁଲିସ କହିଛି। ଏବଂ ଲୋକେ ଗାଡି ବାହାର କଲେ ଜବତ କରୁଛି ପୁଲିସ ପକ୍ଷରୁ ଜବତ କରାଯାଉଛି। ଭୁବନେଶ୍ୱରରେ ଆଜି ଏହା ଦେଖିବାକୁ ମିଳିଛି। ରାଜଧାନୀର ବିଭିନ୍ନ ହାଟ ଓ ଛକରେ ଚେକିଂ ଜୋରଦାର କରିଛି। ଏହି ପରିପ୍ରେକ୍ଷୀରେ ଏକ ନମ୍ବର ହାଟରୁ ପୁଲିସ ଆଜି ବାଇକ୍ ଉଠାଇନେଇଛି।

ପରିବା କିଣିବା ପାଇଁ ବାଇକରେ ଆସିଥିବା ଲୋକଙ୍କଠାରୁ ଗାଡି ନେଇ ଯାଇଛି ପୁଲିସ। ପରିବା କଣିବା ଲାଗି ପୁଲିସ ଲୋକଙ୍କୁ ଚାଲି ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି।