ଦୁର୍ଘଟଣାରେ ଚାଲିଗଲା ମା’ ଓ ଝିଅର ଜୀବନ

ବାଲେଶ୍ୱର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମା ଓଝିଅ ପ୍ରାଣ ହରାଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ । ଏହି ଜିଲ୍ଲାର ଏନ୍ଏଚ୍-୬୦ ରୁପସା ନିକଟରେ ୩ଜଣ ବାଇକରେ ଯାଉଥିବା ସମୟରେ ଭ୍ୟାନ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ମା ଓ ୧୪ ବର୍ଷର ଝିଅ ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ପହଞ୍ଚିଛି।