ବାଇକକୁ ପିଟିଲା ଟ୍ରକ, ଜଣେ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସନ୍ୟାସିପାଲି ଛକ ନିକଟରେ ଆଜି ଏକ ବାଇକ(ଓଆର-୨୩ଡି-୯୫୨୮) ଓ ପାଉଁଶ ବୋଝେଇ ଟ୍ରକ(ଓଡି ୨୩-ଡି ୪୮୮୧) ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ ଚାଳକ ଅଜିତ କୁମାର ପଟେଲ (୬୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏନେଇ ଖବର ପାଇ କୋଲାବିରା ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏଥି ସହିତ ଟ୍ରକଟିକୁ ଜବତ କରିବା ସହ କେଶ ନମ୍ବର ୬୨/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅନ୍ୟପଟେ ଟ୍ରକ ଚାଳକ ଜଣକ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି।

ସୂଚନାନୁଯାୟୀ, ଆଜି ପୂର୍ବାହ୍ଣରେ ଅଜିତ ଝାରସୁଗୁଡ଼ାରୁ କୋଲାବିରା ଆସୁଥିଲେ। ସେହି ସମୟରେ ଝାରସୁଗୁଡ଼ାରୁ ପୋଖାରାସାଲେଇକୁ ଯାଉଥିବା ଏକ ପାଉଁଶ ବୋଝେଇ ଟ୍ରକ ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ଅଜିତ ଟ୍ରକ ତଳ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ କୋଲାବିରା ପୁଲିସ ତାଙ୍କୁ ପ୍ରଥମେ କୋଲାବିରା ଡାକ୍ତରଖାନା ଓ ପରେ ଏକ ଘରୋଇ ନର୍ସିଂହୋମକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।