ବାଇକ୍ ଚୋର ଗ୍ୟାଙ୍ଗ ଠାବ, ୧୭ ବାଇକ୍ ଜବତ ଓ ୧୩ ଗିରଫ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବାଇକ ଚୋରି ବଢ଼ି ଚାଲିଥିବା ବେଳେ ରାମପୁର ପୁଲିସ ଆଜି ଏକ ବାଇକ୍ ଚୋର ଗ୍ୟାଙ୍ଗ ଠାବ କରିଛି।

ରାମପୁର ପୁଲିସ ଅଚାନକ ଚଢ଼ଉ କରି ୧୭ଟି ମୋଟର ସାଇକେଲ ଜବତ କରିଥିବା ବେଳେ ୧୩ ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ଅଭିଯୁକ୍ତମାନେ ଆମ୍ବାଦୋଳା, ନର୍ଲା, ମଦନପୁର ରାମପୁର ଆଞ୍ଚଳର ବୋଲି ଜଣାପଡ଼ିଛି ।