ବିଧାୟକଙ୍କ ପ୍ୟାଡରେ ଦଳୀୟ କର୍ମୀଙ୍କ ବାଇକ ପାସ୍

ଦେବଗଡ଼,ଏନ୍ଏନ୍ଏସ୍: କରୋନା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ସାରା ଦେଶକୁ ଲକଡାଉନ କରାଯାଇ କଡାକଡ଼ି ନିୟମ ପ୍ରସ୍ତୁତ କରାଯାଇଛି କ୍ଷ ଆବଶ୍ୟକତା ନଥିଲେ କୌଣସି ଜନସାଧାରଣ ନିଜ ବାଇକ ବ୍ୟବହାର କରି ପାରୁନଥିବା ବେଳେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ଏହି କଟକଣାରୁ ବାଦ ଦିଆଯାଇଛି। ଯାହାକୁ ସାଧାରଣ ଜନତା ମାନୁଥିବା ବେଳେ ଅମାନିଆ ବାଇକ ଚାଳକଙ୍କୁ ପୁଲିସ ମାମଲା ରୁଜୁ କରି ଗାଡି ଜବତ କରୁଥିବା ଦେଖିବାକୁ ମିଳିଛି।

ତେବେ କିଛି ରାଜନୈତିକ ଦଳର ନେତା ଓ କର୍ମୀ ଆଇନ ଆଖିରେ ଧୂଳି ଦେଇ ନିଜ ପାରିବା ପଣିଆ ଦେଖେଇବାକୁ ଯାଇ ଜନସାଧାରଣଙ୍କ ସମାଲୋଚନାର ଶିକାର ହେଉଥିବା ଦେଖିବାକୁ ମିଳିଛି। ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବିଧାନସଭା ପ୍ୟାଡରେ ବିଧାୟକଙ୍କ ଦସ୍ତଖତରେ ବାଇକ ପାସ ଦଳୀୟ କର୍ମୀମନେ ନିଜ ନିଜ ବାଇକରେ ଲଗାଇ ଅନାୟାସରେ ବୁଲୁଥିବା ଦେଖାଯାଇଛି। ଏହି ଫଟୋ ଆଜି ଜିଲ୍ଲାର ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।

ଦେବଗଡ଼ ବିଜେପି ନଗର ସଭାପତି ଦିବ୍ୟ ଶଙ୍କର ଖୁଣ୍ଟିଆ ବିଧାୟକଙ୍କ ପୌରାଞ୍ଚଳ ପ୍ରତିନିଧି ଉଲ୍ଲେଖ ଥାଇ ଖୁଣ୍ଟିଆଙ୍କ ବାଇକରେ ଲାଗିଥିବା ବାଇକ ପାସ୍ ଲକଡାଉନ ଅପବ୍ୟବହାର ହେଉଥିବା ବହୁ ଜନ ସାଧାରଣ ମତବ୍ୟକ୍ତ କରିଥିବାବେଳେ ଦଳୀୟ କର୍ମୀଙ୍କୁ ବିଧାୟକଙ୍କ ଏଭଳି ବାଇକ ପାସ ପ୍ରଦାନ କରୋନା ସଂକ୍ରମଣ ରୋକିବା ପାଇଁ ନାସାମାଜିକ ଦୂରତା ନିୟମକୁ ଫୁ-ପାଇଁ ବୋଲି ବହୁ ଜନସାଧାରଣ ପ୍ରଶ୍ନକରୁଥିବା ଦେଖିବାକୁ ମିଳିଛି।