ଦୁର୍ଘଟଣାରେ ଜଳିଗଲା ବାଇକ : ୨ ମୃତ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜଙ୍ଗେଲ ଛକ ନିକଟରେ ଦୁର୍ଘଟଣା ଘଟି ବାଇକ ଜଳିଯାଇଛି। ଘଟଣାସ୍ଥଳରେ ବାଇକରେ ଯାଉଥିବା ବାପା ଓ ୩ ବର୍ଷର ପୁଅ ପ୍ରାଣ ହରାଇଥିବାବେଳେ ମା’ ଓ ଅନ୍ୟ ଜଣେ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ବଲେରୋ ଧକ୍କା ଦେବା ଯୋଗୁ ବାଇକଟି ଜଳି ଯାଇଥିଲା। ବାଇକରେ ଥିବା ପରିବାରଟି କଳାହାଣ୍ଡିର ବୋଲି ଜଣାପଡ଼ିଥିବା ବେଳେ ସେମାନଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନାହିଁ।