ବାଇକ୍ ଅଟୋ ମୁହାଁ ମୁହିଁ ଧକ୍କା, ଗର୍ଭବତୀ ମହିଳାଙ୍କ ସହ ୬ ଗୁରୁତର

ଗୋଲାମୁଣ୍ଡା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଧର୍ମଗଡ଼ ଗୋଲାମୁଣ୍ଡା ମୁଖ୍ୟ ରାସ୍ତା ଚତ୍ତରାମୁଣ୍ଡା ନିକଟରେ ବାଇକ୍ ଓ ଅଟୋ ମୁହାଁ ମୁହିଁ ଧକ୍କା ହୋଇଥିବାବେଳେ ଏଥିରେ ଜଣେ ଗର୍ଭବତୀ ମହିଳାଙ୍କ ସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଅଟୋଟି ଗୋଲାମୁଣ୍ଡା ପଟୁ ଯାଉଥିବାବେଳେ ଏକ ବାଇକ୍ ଭାରସାମ୍ୟ ହରାଇ ଧର୍ମଗଡ଼ ପଟୁ ଆସି ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ଜଣେ ଗର୍ଭବତୀ ମହିଳାଙ୍କ ସହ ୬ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଲମ୍ବୁ ତାଣ୍ଡି, ସପ୍ରା ତାଣ୍ଡି, ମାନଝରି ଗ୍ରାମର ନିଲ ହରିଜନ, କାନ୍ତ ହରିଜନ, ମଙ୍ଗଳା ହରିଜନ, ଖଲିଆପାଲି ଗ୍ରାମର ସେବନି ତାଣ୍ଡି ଓ ଫୁରିପାନି ଗ୍ରାମର ଇଶ୍ୱର ମାଝୀ ବୋଲି ଜଣାପଡ଼ିଛି। ଗୁରୁତରଙ୍କୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ କାନ୍ତ ହରିଜନ ଓ ଲମ୍ବୁ ତାଣ୍ଡିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୨ଜଣଙ୍କୁ ଲେଫର କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଅଟୋ ଡ୍ରାଇଭର ବୌଷ୍ଣବ ମାଝୀ ଫେରାର ଥିବା ଜଣାପଡ଼ିଛି।