ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ, ଆରୋହୀ ଗୁରୁତର

ପାଟଣା,ଏନ୍ଏନ୍ଏସ୍: ତୁରୁମୁଙ୍ଗା ଚମ୍ପୁଆ କେଟି ରୋଡ଼ର ଝାରବେଡା ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ରାସ୍ତା କଡ଼ରେ ଥିବା ବିଦ୍ୟୁତ ପୋଲକୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବାଇକ ଆରୋହୀ ବାରିଆ ଥାନା ଜ୍ୟୋତିପୁର ଗ୍ରାମର ବାଦଲ ପାତ୍ର(୨୫) ବୋଲି ଜଣାପଡିଛି।

ସୂଚନା ଅନୁସାରେ ଆଜି ସେ ବାଇକ୍ ଯୋଗେ ଜ୍ୟୋତିପୁରରୁ ତୁରୁମୁଙ୍ଗା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ବାଇକ ଆରୋହୀକୁ ୧୦୮ ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଚଳାଇଛି।