ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା, ଦୁଇ ଆହତ ଜଣେ ଗୁରୁତର

ଥୁଆମୂଳ ରାମପୁର,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଡାକକୋଟା ମୁଖ୍ୟ ରାସ୍ତାରେ ସଂଧ୍ୟା ସମୟରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଗୋଟିଏ ବାଇକ୍‌ରେ ୩ ଜଣ ଏବଂ ସମସ୍ତେ ରାଣିପଦର ଗ୍ରାମର ବୋଲି ସୂଚନା ମିଳିଛି। ବାଇକ୍ ଚାଳକ ଶଙ୍କର ନାଏକ(୨୦), ଡମ୍ବରୁ ମାଝୀ(୧୫) ଏବଂ ଗୌତମ ନାଏକ(୨୦) ଡାକକୋଟା ଠାରୁ ନିଜ ଗାଁକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ବାଇକ୍ ଚାଳକ ଶଙ୍କର ନାଏକ ଗୁରୁତର ଥିବାବେଳେ ଅନ୍ୟ ୨ଜଣ ଆହତ ହୋଇଛନ୍ତି।

ସୂଚନା ପାଇ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗ ଯବାନ ମାନେ ବିଭାଗର ଗାଡି ନେଇ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସେମାନଙ୍କ ପ୍ରାଥମିକ ଚିକିତ୍ସା ଚାଲିଥିବା ସୂଚନା ଦେଇଛନ୍ତି ଡାକ୍ତର ସମ୍ବିତ ବିଶ୍ବାଳ।