ନଳକୂପରେ ପିଟି ହୋଇ ୨ ବାଇକ୍ ଆରୋହୀ ମୃତ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଥାନା ଅନ୍ତର୍ଗତ ବଥଲା ଛକ ନିକଟରେ ଥିବା ଏକ ନଳକୂପରେ ଧକ୍କା ହୋଇ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବିଛିଲି ବାହାଲ ଗ୍ରାମର ୨ଜଣ ମୋଟର ସାଇକେଲରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଏକ ନଳକୂପରେ ଧକ୍କା କରିଥିଲେ।

 

ଘଟଣାସ୍ଥଳରେ ପିତବାସ ବିରଆଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସହ ଥିବା ଟଙ୍କଧର ବରିଆଙ୍କ ଗୁରୁତର ଅବସ୍ଥାରେ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।